କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା କେବିଡି ବିଜୁ ଏକ୍ସପ୍ରେସ ୱେ ରେ ଏକ ସ୍କୁଟି କୁ ସଫାରୀ ଗାଡି ଧକ୍କା ଦେବା ଫଳରେ ସ୍କୁଟି ଚାଳକ ଜଣକର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି। ଦୁର୍ଘଟଣା ହେବା ଫଳରେ ଘଟଣା ସ୍ଥଳରେ ଲିଙ୍ଗରାଜ ବାଗ ଙ୍କ ମୃତ୍ୟୁ ହୋଇଥିଲା। ଏ ସଂକ୍ରାନ୍ତ ରେ ପରିବାର ପକ୍ଷରୁ ଧର୍ମଗଡ ଥାନାରେ ଏତଲା ଦେଲା ପରେ ପୋଲିସ ଥାନା କେଶ ନମ୍ବର ୩୮୨/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।