ପୁରୀ ମ୍ୟୁନିସିପାଲଟି: ରେଳ ଷ୍ଟେସନରେ ଟ୍ରେନରୁ ଯାତ୍ରୀଙ୍କ ଠାରୁ ମୋବାଇଲ ଲୁଟ ଓ ବିକ୍ରି ଅଭିଯୋଗରେ ଜିଆରପି ଦ୍ୱାରା ୨ ଜଣ ଗିରଫ ସହ କୋର୍ଟ ଚାଲାଣ
Puri M, Puri | May 31, 2025 ରେଳଷ୍ଟେସନରେ ଟ୍ରେନରୁ ଯାତ୍ରୀଙ୍କ ନିକଟରୁ ମୋବାଇଲ ଲୁଟ ଓ ବିକ୍ରୟ ଅଭିଯୋଗରେ ଜିଆରପି ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦର ବୁଲୁ ଦେହୁରୀ 31 ଓ ରମେଶ ଚନ୍ଦ୍ର ଦାସ 60 l ଅଭିଯୁକ୍ତଙ୍କ ନିକଟରୁ 5ଟି ଚୋରି ମୋବାଇଲ ଜବତ କରାଯାଇଛି l ଜିଆରପି ପକ୍ଷରୁ ସୂଚନା ମିଳିଛି ଯେ ଗତ 29ତାରିଖ ଗଞ୍ଜାମ ଜିଲ୍ଲାର ସୁନୀଲ ମାଲାନା ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀରୁ ପୁରୀ ଆସିଥିଲେ l ଟ୍ରେନରେ ତାଙ୍କର ମୋବାଇଲ ଚୋରି ହୋଇଥିଲା l ସେ ଜିଆରପିରେ ଜଣାଇଥିଲେ l