ବାଲେଶ୍ୱରରେ ଦୀର୍ଘଦିନର ଆକାଂକ୍ଷା ‘ରିଂ ରୋଡ଼’ ପ୍ରକଳ୍ପର ଗତିବିଧି ସମ୍ବନ୍ଧରେ ଆଜି ବିଧାନସଭାରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସଦର ବିଧାୟକ। ରାଜ୍ୟ ସରକାର ବାଲେଶ୍ଵରର ଯାତାୟତ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ କରିବା ପାଇଁ ଏହି ବହୁ ପ୍ରତୀକ୍ଷିତ ‘ରିଂ ରୋଡ଼’ ପ୍ରକଳ୍ପକୁ ରାଜ୍ୟ ପ୍ଲାନରେ ଅନ୍ତର୍ଭୁକ୍ତ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ।ଏନେଇ ବିଧାୟକ ଶନିବାର ସଂଧ୍ୟା ୬ଘଟିକା ରେ ସୂଚନା ଦେଇଥିଲେ।