ଚଳିତ ମାସ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ୟୁନିଟ ୩ ସ୍କାଉଟ ଓ ଗାଇଡ ମୁଖ୍ୟ କାର୍ଯ୍ୟାଳୟ ପରିସରରେ "ଉଡାଣ"୨ ୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପିଏମଶ୍ରୀ ବାପୁଜୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଉଲ୍ଲେଖନିୟ ସଫଳତା କରିଛି । ଏଥିରେ ନବରଙ୍ଗପୁର ଜିଲ୍ଲା ତରଫରୁ ତେନ୍ତୁଳିଖୁଣ୍ଟି ପିଏମ ଶ୍ରୀ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୧୬ ଜଣ ଗାଇଡ ଛାତ୍ରୀ ଏବଂ ଜଣେ ସ୍କାଉଟ ଛାତ୍ର ଭାଗ ନେଇଥିଲେ । ଗାଇଡ କ୍ୟାପଟେନ ଜ୍ଞାନଜ୍ୟୋତି ମହାନ୍ତି ଏବଂ ସ୍କାଉଟ ମାଷ୍ଟର ବିକାଶ ଭଳା ନାୟକ ସାଥିରେ ରହି ସହଯୋଗ କରିଥିଲେ ।