ବେଆଇନ ଭାବେ କାରଖାନାର ଫ୍ଲାଏଆସ୍ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ପକାଯାଉଥିବା ଅଭିଯୋଗ ଆଧାରରେ ଆଜି କୁତ୍ରା ପୁଲିସ ୧୨ ଟି ହାଇଓ୍ବା ଗାଡ଼ିକୁ ରାଞ୍ଚି ରୋଡ଼ ଛକରୁ ଧରି ଗୋଟିଏ ଗୋଟିଏ ଗାଡି ପିଛା ପୁଲିସ ୫୦ ହଜାର ଟଙ୍କା ଲେଖାଏଁ ଫାଇନ କରିଥିବା ବେଳେ ଗାଡି ମାଲିକ ମାନେ ଗାଡି ନେବାପାଇଁ କେହି ଥାନାକୁ ଆସିନଥିବା ଜଣାପଡିଛି । ତେଣୁ ୧୨ ଟି ଯାକ ଗାଡ଼ିକୁ ପୁଲିସ ଥାନାରେ ଅଟକ ରଖିଛି । ତେବେ ଗାଡିଗୁଡିକରେ ବେଆଇନ ଭାବେ ନେବା ସହିତ ଓଭର ଲୋଡିଙ୍ଗ ମଧ୍ୟ ଥିବା ଜଣାପଡିଛି।