କରଞ୍ଜିଆ: କରଞ୍ଜିଆ ବନଖଣ୍ଡ କୁ ପ୍ରବେଶ କଲେ ୨୩ ଟିକିଆ ହାତୀପଲ
କରଞ୍ଜିଆ ବନଖଣ୍ଡ ଅଧିନ କରଞ୍ଜିଆ ବନାଞ୍ଚଳ ଓ ଦୁଧିଆଣୀ ବନାଞ୍ଚଳରେ କିଛିଦିନ ହେବ ୩୦ ଗୋଟି ହାତୀ ପୃଥକ୍ ପୃଥକ୍ ସ୍ଥାନରେ ଉପଦ୍ରବ ଜାରି ରଖିଥିବାବେଳେ ଆଜି ଅପରାହ୍ନ ପ୍ରାୟ ୫ ଘଟିକା ସମୟରେ ୨୭ ଟିକିଆ ହାତୀପଲ ଘାଗରବେଡା ସେକ୍ସନ ଛାଡ଼ି କେନ୍ଦୁଝର ସୀମାରେ ପ୍ରବେଶ କରିଥିଲେ ଓ ୩ ଟିକିଆ ହାତୀପଲ ତାଟୋ ନିକଟରେ ଉପଦ୍ରବ କରୁଥିବା ବେଳେ ରାତି ପ୍ରାୟ ୧୦ ଘଟିକା ସମୟରେ ପୁଣି କେନ୍ଦୁଝର ସୀମାରୁ ବୈତରଣୀ ନଦୀ ପାର ହୋଇ ୨୩ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ କୁ ପ୍ରବେଶ କରିଥିବା ଘାଗରବେଡା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି। ହାତୀ ଭୟରେ ଲୋକେ ଅନିଦ୍ରା ହୋଇ ଜଗିରହିଛନ୍ତି।