ବିଶୋଇ: ନୂଆଗାଁ ବାଇପାସ ଠାରେ ଆଜି ବାଇକ ଦୁର୍ଘଟଣାରେ ଜଣେ ମୃତ; ଜଣେ ଗୁରୁତର
ବିଶୋଇ ଥାନା ଅଧିନସ୍ଥ ମଣଦା ଫାଣ୍ଡି ଅନ୍ତର୍ଗତ ନୂଆ ଗାଁ ବାଇପାସ୍ ଠାରେ ଆଜି ସନ୍ଧ୍ୟା ୭ଟା ସମୟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା। ସୂଚନା ମୁତାବକ ସୁନା ପୋଷି ଗ୍ରାମର କକା ପୁତୁରା ଦୁଇ ଜଣ ଠାକୁରମୁଣ୍ଡା ରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ନୂଆ ଗାଁ ବାଇପାସ୍ ଠାରେ ରାସ୍ତା ଖରାପ୍ ପାଇଁ ଦୁର୍ଘଟଣା ଗ୍ରସ୍ତ ହୋଇ ଛିଟିକି ପଡିଥିଲେ। ତେବେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କୁ ପଠାଇଥିଲେ। ତେବେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ ।