ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ପଞ୍ଚାୟତର ବାଗଲପୁର ଗ୍ରାମରେ ଥିବା ସମବାୟ ସମିତି ପରିସରରେ ଆଜି ଦିନ ୧୨ ଟା ସମୟରେ ଧାନ ମଣ୍ତିର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ନେତା କିଶୋର ପଲେଇ, ଅଭିରାମ ସାହୁ, ଯୁବ ବିଜେପି ନେତା କାଳୁରାମ ମହାରଣା ପ୍ରମୁଖ ଯୋଗଦେଇଥିଲେ । ପରେ ବିଧାୟକ ଶ୍ରୀ ସେଠୀ ଧାନ ମଣ୍ତିର ଶୁଭ ଉଦଘାଟନ କରିଥିଲେ ।