ଝାରସୁଗୁଡା ସଦର ବ୍ଲକ ମରାକୁଟା ପଞ୍ଚାୟତ ଅନ୍ତର୍ଗତ ବୁଢୀପଦାର ଅଞ୍ଚଳରେ ଥିବା ଓଡିଶା ମେଟାଲିକ୍ସ କମ୍ପାନୀ ଦ୍ୱାରା ଜଙ୍ଗଲ ଜମି ବେଆଇନ ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗର ସତ୍ୟତା ରାଜସ୍ୱ ଓ ଜଙ୍ଗଲ ବିଭାଗର ଯୁଗ୍ମ ତଦନ୍ତରେ ପ୍ରମାଣିତ ହୋଇଛି। ପୂର୍ବ ତଦନ୍ତ ଅନୁଯାୟୀ, ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର ରିପୋର୍ଟରେ ଓଡିଶା ମେଟାଲିକ୍ସ ଦ୍ୱାରା ଖାତା ନମ୍ବର ୨୮୨ ଅଧୀନରେ ଥିବା ବିଭିନ୍ନ ପ୍ଲଟର ମୋଟ ୧୦ ଏକର ୫୯ ଡେସିମିଲ ଗ୍ରାମ୍ୟ ଜଙ୍ଗଲ ଜମି ବେଆଇନ ଭାବେ ଦଖଳ ଓ ବ୍ୟବହାର କରାଯାଉଥିବା କଥା ଉଲ୍ଲେଖ ରହିଛି।