ଆଳି: ମିଲିସାହାଡ଼ା ଇଦଘା ପଡିଆରେ ମୁସଲିମ ସମ୍ପ୍ରଦାୟର ଲୋକେ ପାଳିଲେ ଇଦ
ରାଜକନିକା ମିଲିସାହାଡ଼ା ଇଦଘା ପଡିଆରେ ଆଜି ଅପରାହ୍ନ ରେ ମଲିସାହାଡ଼ ମୁସଲିମ ବସ୍ତିର ମୁସଲିମ ସମ୍ପ୍ରଦାୟର ଲୋକେ ଇଦ ପାଳନ କରିବା ସହିତ ସମୂହ ନମାଜ ପାଠ କରିଛନ୍ତି। ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଜକନିକା ବ୍ଲକ ଅଧକ୍ଷା, ସାଂସଦଙ୍କ ପ୍ରତିନିଧି, ସ୍ଥାନୀୟ ସରପଞ୍ଚ, ଓ ଏକାଧିକ ହିନ୍ଦୁ ଭାଇ ମାନେ ସାମିଲ ହୋଇ ମୁସଲିମ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇ ଥିବା ଦେଖିବାକୁ ମିଳିଛି।