ଆଳି: ରାଯିବନଗରି ଗାଁରେ ଆୟୋଜିତ ଆଧ୍ୟାତ୍ମିକ ଓ ସଙ୍କିର୍ତ୍ତନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ
ରାଯିବ ନଗରି ଆଧ୍ୟାତ୍ମିକ ଓ ସଙ୍କିର୍ତ୍ତନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଦେବ। ରାଜକନିକା ବଳରାମପୁର ପଞ୍ଚାୟତ ରାଯିବନଗରି ଗ୍ରାମରେ ଆୟୋଜିତ ଆଧ୍ୟାତ୍ମିକ ଓ ସଙ୍କିର୍ତ୍ତନ କାର୍ଯ୍ୟକ୍ରମରେ ଆଜି ରାତି ଆଠଟା ସମୟରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ମନ୍ତ୍ରୀଙ୍କ ସହିତ ସ୍ଥାନୀୟ ସରପଞ୍ଚ ସ୍ୱର୍ଣ୍ଣଲତା ବେହୁରାଙ୍କ ସମେତ ଏକାଧିକ ଦଳୀୟ କର୍ମୀ ଓ ନେତୃ ମଣ୍ଡଳୀ ଯୋଗଦେଇ ରାଯିବନଗରି ଗାଁର ଲୋକଙ୍କ ସହିତ ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଶ୍ରିବାଦ ଭିକ୍ଷା କରିଛନ୍ତି।