ଅପପୃଷ୍ଟିର ଶିକାର ତିନି ଶିଶୁଙ୍କ ଚିକିତ୍ସା ପାଇଁ ସରକାରଙ୍କ ଯୋଜନା ଅଲୋଡ଼ା ହୋଇଯାଇଛି । ସମସ୍ତ ଚେଷ୍ଟା କରି ନିରାଶ ପରେ ସେମାନଙ୍କ ଚିକିତ୍ସା ପାଇଁ ନିବେଦନ କରିଛନ୍ତି ମାଆ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବଡ଼ ଖଇରଖମା ପଂଚାୟତ ଶ୍ରଦ୍ଧାପୁର ଗ୍ରାମରେ । ଏହି ଗ୍ରାମର ସତ୍ୟବାନ ଗୌଡ଼ ଓ ଲକ୍ଷ୍ମୀ ଗୌଡ଼ ଙ୍କ ଝିଅ ଅପରାଜିତା, ଅନିତା ଓ ନିକିତା ଙ୍କ ଶରୀର ବୃଦ୍ଧି ଘଟୁ ନ ଥିବା ବେଳେ ହାତ ଗୋଡ଼ ସରୁ ସରୁ ହୋଇ ରହିଛି । ବୟସ ଅନୁପାତ ରେ ଖାଦ୍ୟ ଖାଉନଥିବା କହିଛନ୍ତି ଲକ୍ଷ୍ମୀ । ଏହି ଦୃଷ୍ଟିରୁ ସେମାନେ ଅପପୃଷ୍ଟିର ଶିକାର ହୋଇଥିବା ଜଣା ପଡୁଛି ।