ବାଲେଶ୍ବର ମ୍ୟୁନିସିପାଲଟି: ଅରଡ ବଜାର ମସଜିଦ ଗଳିରେ ପୋଲିସ ର ଚଢ଼ାଉ,୨୩ ଗ୍ରାମ ବ୍ରାଉନ ସୁଗାର ଜବତ,ମହିଳାଙ୍କ ସମେତ ୩ ଗିରଫ
ସହଦେବଖୁଣ୍ଟା ଥାନା ପୋଲିସ ଆଜି ପୂର୍ବାହ୍ନ ୧୦.୩୦ ରେ ବ୍ରାଉନ ସୁଗାର କାରବାର ସମ୍ପର୍କରେ ଖବର ପାଇ ଅରଡବଜାର ମସଜିଦ ଗଳିରେ ଚଢ଼ାଉ କରିଥିଲେ।ଏହି ଚଢାଉ ବେଳେ ୨୩ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲେ।ଏଥି ସହ ସେମାନଙ୍କ ଠାରୁ ୨ଟି ମୋବାଇଲ,ଗୋଟିଏ ବାଇକ ଓ ୭ ହଜାର ୫ ଶହ ଟଙ୍କାଜବତ ହୋଇଛି।ଗିରଫ ମାନେ ହେଲେ ସହଦେବଖୁଣ୍ଟା ଥାନା ଅରଡ ବଜାର ମସଜିଦଗଳି ର ମହିଳା ରଜନୀ ବେହେରା,କଟକ ମଙ୍ଗଳାବାଗ ଥାନା ମଛୁଆ ବଜାର ଅଞ୍ଚଳର ଲକ୍ଷ୍ମୀଧର ଲେଙ୍କା,ଢେଙ୍କାନାଳ ଟାଉନ ଥାନା ଦୂର୍ଗା ବଜାର ଅଞ୍ଚଳର ଲିପୁ ଓରଫ ବିକ୍ରମ ବିଶ୍ଵାଳ।