ଧର୍ମଶାଳା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷା ଡକ୍ଟର ଇନ୍ଦୁପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସଵକୁ ମୁଖ୍ୟ ଅତିଥି ଭାବେ ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା ଯୋଗଦେଇ ଉଦଘାଟନ କରି ଥିଲେ। ମୁଖ୍ୟବକ୍ତା ଭାବେ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ ଓ ସମ୍ପାଦକ ଦେବବ୍ରତ ରାଉତ ଯୋଗଦେଇଥିଲେ।