ଭଞ୍ଜନଗର: ହାତିଗଡାରେ ନାହିଁ ମୌଳିକ ସୁବିଧା, ଗ୍ରାମବାସୀଙ୍କ ପ୍ରତିକ୍ରିୟା #jansamasya
କାହିଁକେଉଁ କାଳରୁ ବାସକରୁଥିବା ଗାଁ କୁ ପର କରି ଭିଟାମାଟି ଛାଡ଼ୁଛନ୍ତି ଲୋକେ । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ କୋକଳବା ପଞ୍ଚାୟତ ର ଦୁର୍ଗମ ଗାଁ ହାତିଗଡା ରେ ଦିନେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପରିବାର ବାସକରୁଥିବା ଏହି ଗାଁ ରେ ଏବେ ମାତ୍ର ସାତ ଟି ପରିବାର ବାସକରୁଛନ୍ତି । ଏହି ଗାଁ ଟି ପାହାଡ଼ ଉପରେ ରହିଛି । କୌଣସି ବି ସରକାରୀ ସୁବିଧା ଏହି ଗାଁ କୁ ସାତସପନ ପାଲଟିଛି । ପାହାଡ଼ ଉପରେ ପ୍ରାୟ ୧୦୦ ଏକର ସମତଳ ଭୂମି ରହିଛି । କାହିଁ କେଉଁ କାଳରୁ ଏଠି ଅନେକ