ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା । ଶୌଚ ହେବାକୁ ଯାଇ ଗାଁ ପୋଖରୀରେ ବୁଡ଼ି ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣକ ହେଲେ ଖୋଜାପଲ୍ଲୀ ଗ୍ରାମର ସୌରୀ ବେହେରା ବୋଲି ଜଣା ପଡ଼ିଛି । ଖବର ପାଇ ଆଜି ଦିନ ୧୦ ଟା ସମୟରେ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଓ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ଶବ କୁ ଉଦ୍ଧାର କରିଛନ୍ତି । ତେବେ ପୋଖରୀ ରେ ଦଳ ଭର୍ତ୍ତି ହୋଇ ରହିଥିବାରୁ ସେଥିରେ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।