ସେବା, ସମର୍ପଣ ଓ ତ୍ୟାଗର ପ୍ରେରଣା ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ମାଟିର ଗର୍ବ ପ୍ରସିଦ୍ଧ ଅବସରପ୍ରାପ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କେ.ଲକ୍ଷ୍ମୀ ବାଇଙ୍କୁ ଭାବାନଗର ସ୍ଥିତ ନିଜ ବାସଭବନରେ ଭେଟିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ରବିବାର ସଂଧ୍ୟାରେ ମନ୍ତ୍ରୀ ପହଞ୍ଚି ଡ଼ା. କେ. ଲକ୍ଷ୍ମୀ ବାଇଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ତାଙ୍କର ନିରାମୟତା ଓ ଦୀର୍ଘାୟୁ ପାଇଁ ଶୁଭକାମନା ଜଣାଇଥିଲେ ।