ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆଜି ହେବ ତେଲ ସମସ୍ୟାର ସମାଧାନ, ୟୁନିଟ -6 ବାସଭଵନ ରେ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଆଜି ହେବ ତେଲ ସମସ୍ୟାର ସମାଧାନ । HP, Indian Oil ଭଳି ତେଲ କମ୍ପାନୀଙ୍କ ସହ 11ଟା ବେଳେ ଲୋକସେବା ଭବନରେ ଆଲୋଚନା କରିବେ ସରକାର । କଳା ବାଜରି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଅଧିକାରୀ ମାନଙ୍କୁ କଡ଼ା ନଜର ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ପେଟ୍ରୋଲ - ଡିଜେଲ ସମସ୍ୟା ଆଉ ନାହିଁ । ଗତକାଲି ଭୁବନେଶ୍ଵରକୁ 150 ଟ୍ୟାଙ୍କର ଆସିଛି । କଟକକୁ ମଧ୍ୟ 76 ଟ୍ୟାଙ୍କର ତେଲ ଆସିଛି । ସବୁ ସହରକୁ ତେଲ ପଠାଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ତେଣୁ ତେଲ ପାଇଁ ସାଧାରଣ ଖାଉଟି ପ୍ୟାନିକ ହୁଅନ୍ତୁ ନାହିଁ ବୋଲି ଅପିଲ କଲେ ଖାଉଟି କଲ୍ୟାଣ ମନ୍ତ୍ରୀ ।