ଲଇକେରା: ବାଗଡ଼ିହି ବନାଞ୍ଚଳ ଅନ୍ତର୍ଗତ ଭୀମଜୋର ପଞ୍ଚାୟତ ବୁଢ଼ାପଡାରୁ ଉଦ୍ଧାର ଆହତ ହରିଣଟି ର ମୃତ୍ୟୁ
ଝାରସୁଗୁଡା ଜିଲ୍ଲା ଝାରସୁଗୁଡା ବନଖଣ୍ଡ ବାଗଡ଼ିହି ବନାଞ୍ଚଳ ଅନ୍ତର୍ଗତ ଭୀମଜୋର ପଞ୍ଚାୟତ ବୁଢ଼ାପଡା ରୁ ଉଦ୍ଧାର ଆହତ ହରିଣର ରବିବାର ବିଳମ୍ୱିତ ରାତ୍ରି ପାଖାପାଖି ତିନିଟା ସମୟରେ ମୃତ୍ୟୁ ହୋଇଯାଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ ଶନିବାର କିଛି ବୁଲା କୁକୁର ହରିଣ ଟିକୁ ଜଙ୍ଗଲ ମଧ୍ୟରୁ ଗୋଡ଼ାଇ ଆଣିଥିଲେ ଏବଂ ହରିଣ ଟି ପ୍ରାଣ ବିକଳରେ ଦୌଡ଼ି ଦୌଡ଼ି ଆସି ବୁଡାପଡା ର କାର୍ତିକ ପିଙ୍ଗଙ୍କ ବାଡିରେ ପଶିଯାଇଥିଲା। ଗ୍ରାମବାସୀ ବାଗଡ଼ିହି ବନବିଭାଗ କୁ ସୂଚନା ଦେବାପରେ ହରିଣ ଟିକୁ ଉଦ୍ଧାର କରି ଆଣି ଲଇକେରା ପଶୁ ଡାକ୍ତରଖାନା ରୁ ଡାକ୍ତର ଡାକି ଚିକିତ୍ସା କରାଯାଉଥିଲା।