ଫୁଲବାଣୀ ସହର: ବବଡିଙ୍ଗିଆ ଗାଁରେ ଆମ୍ବ ଗଛରୁ ଖସିପଡି ଯୁବକଙ୍କ ମୃତ୍ୟୁ ସୂଚନା
ଆମ୍ବ ତୋଳିବା ପାଇଁ ଗଛକୁ ଚଢିବା ହେଲା କାଳ I ଆମ୍ବ ତୋଳୁଥିବା ବେଳେ ଗଛରୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି I ଘଟଣା ଟି ସାରା ଫିରିଙ୍ଗିଆ ଅଂଚଳରେ ଚର୍ଚାରେ ବିଷୟ ପାଲଟିଥିବା ବେଳେ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତର ବବଡିଙ୍ଗିଆ ଗାଁରେ। ମୃତ ଯୁବକ ଜଣକ ସେହି ବବଡଙ୍ଗିଆ ଗାଁ ର ମିଥୁନ ପ୍ରଧାନ ବୋଲି ଜଣାପଡିଥିବା ବେଳେ ତାଙ୍କ ବୟସ ୨୭ ବର୍ଷ ଓ ସେ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇବର୍ଷର ଏକ ପୁତ୍ର ସନ୍ତାନ ଥିବା ଜଣାପଡିଛି ।