ସୁକିନ୍ଦା: ସଂଶାଇଲୋ ପାଖ 53 ନଂ ଜାତୀୟ ରାଜପଥ ବାଇକ ଦୁର୍ଘଟଣାରେ ବାଇକ ଆରୋହି ଶ୍ରମିକ ଗୁରୁତର
ରଙ୍ଗିଟାଙ୍ଗର ବାସିନ୍ଦା ଯୁବକ ବୁବୁ ମଲ୍ଲିକ ଟାଟା ପ୍ଲାଣ୍ଟକୁ ଡ୍ୟୁଟି କରିବା ପାଇଁ ଯାଉଥିବା ବେଳେ ସଂଶାଇଲୋ ପାଖ 53 ନଂ ଜାତୀୟ ରାଜପଥରେ ତାଙ୍କ ବାଇକ ଚକ୍କା ମଧ୍ୟରେ ଏକ ବୁଲା କୁକୁର ପଶିଯିବା ଫଳରେ ବାଇକ ଭାର ଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀ ବୁବୁ ମଲ୍ଲିକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଯାଇଥିଲେ । ତାଙ୍କୁ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି