କୋଟପାଡ: କୋଟପାଡ଼ ନିର୍ବାଚନ ମଣ୍ଡଳର ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗଦେଲେ ବିଧାୟକ ରୁପୁ ଭତ୍ରା
କୋଟପାଡ଼ ବିଧାୟକଙ୍କ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦାନ l ଆଜି ପୂର୍ବାହ୍ନ ଏଗାର ଟା ଠାରୁ ଅପରାହ୍ନ ପାଞ୍ଚ ଟା ପର୍ଯ୍ୟନ୍ତ କୋଟପାଡ଼ ନିର୍ବାଚନ ମଣ୍ଡଳୀର ସାନପରିଆ, କୁଡ଼ିଗାଁ,ଏସ.ଭି ନୂଆଗାଁ ଆଦି ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଲେ l ରାଜ୍ୟର ୪୯୧ଟି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଥିବା ବେଳେ ଏହି ଅବସରରେ ସାନପରିଆଠାରେ ବିଧାୟକ ରୁପୁ ଭତ୍ରା ଉପସ୍ଥିତି ରହିଥିଲେ।ସେହିପରି କୁଡ଼ିଗାଁ ରେ ଅବସ୍ଥିତ ନର୍ସରୀ ପରିସରରେ ଏସ.ଭି. ନୂଆଗାଁରେ ଦଳୀୟ କାର୍ଯ୍ୟକ୍ରମରେଯୋଗ ଦେଲେ