ଛତ୍ରପୁର: ଛତ୍ରପୁର କ୍ରିକେଟ କ୍ଲବରେ ନବନିର୍ମିତ ଆଧୁନିକ କ୍ରିକେଟ୍ ଭିତିଭୂମିର ଉଦଘାଟନ କଲେ ଛତ୍ରପୁର ବିଧାୟକ
ଛତ୍ରପୁରର କ୍ରୀଡା ଉନ୍ନତିରେ ଆଉ ଏକ ଦୃଢ଼ ପଦକ୍ଷେପ। ଛତ୍ରପୁର କ୍ରିକେଟ କ୍ଲବରେ ନବନିର୍ମିତ ଆଧୁନିକ କ୍ରିକେଟ୍ ଭିତ୍ତିଭୂମିର ଶୁଭ ଉଦ୍ଘାଟନ ହୋଇଛି। ରବିବାର ପୂର୍ବାହ୍ନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି। ଛତ୍ରପୁରର ଯୁବ କ୍ରୀଡାପ୍ରେମୀମାନଙ୍କୁ ଆଧୁନିକ ସୁବିଧା ସହ ଟ୍ରେନିଂ ମିଳିବା ନେଇ ଦୀର୍ଘଦିନର ଲକ୍ଷ୍ୟ ରହିଥିଲା ବୋଲି କହିଛନ୍ତି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।