ନବରଙ୍ଗପୁର ଜିଲ୍ଲାରେ ଶନିବାର ଦିନ ସ୍ବତନ୍ତୁ OTET ପରୀକ୍ଷା ଦେଇଥିବା ହଜାର ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ପତ୍ନୀ ଚୈତି ଗୋଣ୍ଡ ମଧ୍ଯ ସାମିଲ ଥିଲେ । ସେ ନୂଆଗଡାର ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକ ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ବାଧ୍ୟତାମୂଳକ ପରୀକ୍ଷା ଦେଇଥିଲେ ।