ପରଜଙ୍ଗ: ମୁକ୍ତାପଶି ଗାଁ ନିକଟ ଚାଷ ଜମିରେ ହାତୀ ପଲଙ୍କ ଉତ୍ପାତ
ମୁକ୍ତାପଶି ଗାଁ ନିକଟ ଚାଷ ଜମିରେ ହାତୀ ପଲଙ୍କ ଉତ୍ପାତ ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ନିକଟ ଚାଷ ଜମିରେ ମଙ୍ଗଳବାର ରାତି ୮ଟାରେ ହାତୀ ପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ପ୍ରାୟ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ଲୋକଙ୍କ ଚିନ୍ତା ବଢ଼ାଇଛି। ଲୋକ ମାନେ ହାତୀ ଆତଙ୍କକୁ ନେଇ ଆତଙ୍କିତ ଥିବା ଜଣାପଡିଛି। ଏ ନେଇ ବନ କର୍ମଚାରୀ ମାନେ ପହଞ୍ଚି ହାତୀ ପଲକୁ ଘଉଡ଼ାଇଥିଲେ। ତେବେ ହାତୀ ପଲ ଗୁଡିକ ଗାଁ ପାଖ ଜଙ୍ଗଲରେ ଆଖପାଖ ଅଞ୍ଚଳରେ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି।