ବୁଧବାର ସନ୍ଧ୍ୟାରେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ଘଟିଛି ବାଇକ୍ ଦୁର୍ଘଟଣା। ଏଥିରେ ବାଇକ ଚାଳକ ଗୁରୁତର ହେଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାଇକ୍ ଚାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।