ପାଟଣା ଥାନା ଅଞ୍ଚଳରେ ଗତରାତି 2 ଟି ଭିନ୍ନ ଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତି କପୁଣ୍ଡି ପଞ୍ଚାୟତ ରେଙ୍ଗାଳବେଡା ସାହିରେ ଦୀପକ ମହାନ୍ତ ଙ୍କ ଗ୍ରୋସରି ଦୋକାନ ଘର ଆଜବେଷ୍ଟ ତାଡି ଚୋର ମାନେ ଭିତରେ ପଶିଥିଲେ।ଦୋକାନ ରୁ ଦାମିକା ପ୍ରସାଧନ ସାମଗ୍ରୀ ସହିତ 30 ହଜାର ନଗଦ ଟଙ୍କା ଚୋର ମାନେ ଚୋରୀ କରି ନେଇଥିବା ଦୋକାନୀ ଦୀପକ ମହାନ୍ତ କହିଛନ୍ତି।ସେହିପରି ତେଣ୍ଡାରା ଗ୍ରାମର ଭରତ ଚନ୍ଦ୍ର ପାତ୍ର ଙ୍କ ଦୋକାନ ରୁ କବାଟ ଭାଙ୍ଗି ଦାମୀ ସାମଗ୍ରୀ ଚୋରୀ ।