ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ରବିବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଟେଣ୍ଡର ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି | ଚଳିତ ବର୍ଷ ଖୋଲା ଆକାଶ ତଳେ ଚାଲିଛି ବରଗଡ଼ ଧନୁଯାତ୍ରା ଟେଣ୍ଡର | ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥି,ଉପଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ,କମିଟି ସଦସ୍ୟ ଉପସ୍ଥିତ ରହିଥିଲେ | ତେବେ ଆଜି ବହୁ ଲୋକେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ | ଗତ ବର୍ଷ ମାନଙ୍କୁ ଅଫିସ ଭିତରେ ଟେଣ୍ଡର ଚାଲିଥିବା ବେଳେ ଚଳିତ ବର୍ଷ ଖୋଲା ଆକାଶ ତଳେ ଟେଣ୍ଡର ଚାଲିଛି ।