ଆଜି ରାମଧୁନ କ୍ଲବର ସମ୍ପାଦକ ଶ୍ରୀଯୁକ୍ତ ପିୟୁଷ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଚଳିତ ବର୍ଷ 17 ତମ ରାମଧୁନ କପ ଫୁଟବଲ ଚମ୍ପିୟାନସିପ ପାଇଁ ସ୍ଥାନୀୟ ରାମଧୁନ କ୍ଲବ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଗତ ବର୍ଷ ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ନାମେଣ୍ଟ ର ଆୟ ଓ ବ୍ୟୟ ଉପରେ ଆଲୋଚନା କରାଯିବା ସହିତ ଚଳିତ ବର୍ଷ ହେବାକୁଥିବା ଟୁର୍ନାମେଣ୍ଟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା l 16- ଫେବୃଆରୀ-2026 ରୁ 22-ଫେବୃଆରୀ-2026 ପର୍ଯ୍ୟନ୍ତ ଗାନ୍ଧୀ ଷ୍ଟାଡିୟମ ସୋନପୁର ଠାରେ ଟୁର୍ନାମେଣ୍ଟ ଆୟୋଜନ ହେବ ବୋଲି ନିଷ୍ପତି ନିଆଯାଇଥିଲା l