କଣ୍ଟାମାଳ: ନିର୍ବାଚନ ପାଇଁ ସିନ୍ଧୁଗୋରା ଆନ୍ତଃଜିଲ୍ଲା ଚେକ ପୋଷ୍ଟ ରେ ପୋଲିସର ଖାନତଲାସୀ
ନିର୍ବାଚନ ପାଇଁ ସିନ୍ଧୁଗୋରା ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ପୋଲିସର ଖାନତଲାସୀ ଚାଲିଥିବା ନେଇ ଘଣ୍ଟାପଡା ପୋଲିସ ସୂଚନା ଦେଇଛି l ଘଣ୍ଟାପଡା ଥାନା ଅନ୍ତର୍ଗତ କନ୍ଧମାଳ - ବୌଦ୍ଧ ସୀମାନ୍ତ ସିନ୍ଧୁଗୋରା ଆନ୍ତଃଜିଲ୍ଲା ଚେକ ପୋଷ୍ଟ ରେ ସଶସ୍ତ୍ର ବାହିନୀ ଓ ପୋଲିସ ପକ୍ଷରୁ ଦିନ ରାତି ବ୍ୟାପକ ଖାନତଲାସୀ କରାଯାଉଛି l ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ନିର୍ବାଚନ ଆଚରଣବିଧି ଲାଗୁ ହେବା ଦିନ ଠାରୁ ଆନ୍ତଃଜିଲ୍ଲା ଚେକ ପୋଷ୍ଟ ରେ ପୋଲିସର ଖାନତଲାସୀ କରାଯାଉଛି l ଘଣ୍ଟାପଡା ଥାନା ଅଧକାରୀ ମାଧବ ଚନ୍ଦ୍ର ଟାକ୍ରି ଙ୍କ ନେତୃତ୍ୱରେ ସଶସ୍ତ୍ର ବାହିନୀ ଓ ପୋଲିସ ଯବାନମାନେ ସାମିଲ ହୋଇଛ