କଣ୍ଟାମାଳ: ବାଉଁଶୁଣି ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବିଜେପି ପକ୍ଷରୁ ମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ରବିବାର ଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଓଡିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି | ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବୌଦ୍ଧ ଜିଲ୍ଲାକୁ ଗସ୍ତରେ ଆସି ପଲସାଗୋରା ଅଭିମୁଖେ ଯାଉଥିବା ବେଳେ ବିଜେପି କର୍ମୀ ମାନଙ୍କ ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଢୋଲ ବାଦ୍ୟ ସହ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l