ବୀରମହାରାଜପୁର: ବାଗବର ରାଧାରାଣୀ ମଠ ଠାରେ ଦ୍ଵାଦଶ ବ୍ୟଞ୍ଜନ ଉତ୍ସବ ଅନୁଷ୍ଠିତ, ଲାଗିହେଲା 108 ପ୍ରକାରର ଭୋଗ, ଯୋଗଦେଲେ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ
ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ରାଧାରାଣୀ ମଠ ଠାରେ ଆଜି ଦ୍ଵାଦଶ ବ୍ୟଞ୍ଜନ ଉତ୍ସବ ଆଜି ଅପରାହ୍ନ 3ଟା ପର୍ଯ୍ୟନ୍ତ ଅନୁଷ୍ଠିତ l ଆଜି ସକାଳୁ ରାଧାକୃଷ୍ଣଙ୍କ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କଲାପରେ 108 ପ୍ରକାର ଭୋଗ ଲାଗି କରାଯାଇଥିଲା l ଲକ୍ଷ୍ମଣ ତ୍ରିପାଠୀ,ରଘୁନନ୍ଦନ ନନ୍ଦ ଏବଂ ଦିଲ୍ଲୀପ ନନ୍ଦ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ l ମହାରାଜ ନିମାକ ଚନ୍ଦ୍ର ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗଦେଇ ବିଭୁକୃପା ଲାଭ ଉଠାଇଥିଲେ l