ଅନୁଗୋଳ: ହାତୀ ଆକ୍ରମଣରେ ଜାମୁଣ୍ଡା ଗ୍ରାମର ବୃଦ୍ଧଙ୍କ ମୃତ୍ୟୁ ନେଇ କ୍ଷତିପୂରଣ ଦାବିରେ ବନ୍ତଳା ଠାରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକ
Anugul, Angul | Aug 30, 2024 ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗ୍ରାମର ଚିତ୍ତରଞ୍ଜନ ସେଠିଙ୍କୁ ହାତୀ ଆକ୍ରମଣ କରିବା ନେଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି l ଏନେଇ କ୍ଷତିପୂରଣ ଦାବିରେ ଶୁକ୍ରବାର ରାତ୍ର ୮ଘଟିକା ସମୟରେ ବନ୍ତଳା ଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତାରୋକ କରାଯାଇଛି l ଯାହା ଫଳରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଛି l ବନ ବିଭାଗର ଅପାରଗତା ଯୋଗୁଁ ତାଙ୍କର ମୃତ୍ୟୁ ହେଲା ବୋଲି ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି l