ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟା ଯାନ୍ତୁ ଗାଁ ମୁହାଁ ହେବାକୁ ବସିଲେଣି । ବେଗୁନିଆପଡା ଅଂଚଳରେ କୃଷ୍ଣ ସାର ହରିଣ ଓ କଳା ବାଉଦିଆ ହରିଣ ରାସ୍ତା ଉପରକୁ ଆସି ଅନେକ ସମୟରେ ଦୃଘଟଣା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ସେହିଭଳି ସୁମଣ୍ଡଳ ଠାରୁ ଅଙ୍ଗାରଗାଁ ମୁଖ୍ୟ ରାସ୍ତାର ତୁମ୍ବେଶ୍ୱର ମନ୍ଦିର ସମ୍ମୁଖ ରାସ୍ତାରେ ଏକ କଳା ବାଉଦିଆ ହରିଣ ରାସ୍ତା ପାର ହେବା ସମୟରେ ତାହା ସହ ଏକ ବାଇକ ଧକ୍କା ହେବା ଫଳରେ ବାଇକ ଚାଳକ ଆହତ ହେବା ସହ ହରିଣ ମଧ୍ୟ ଆହତ ହୋଇଛି। ବାଇକ ଚାଳକ ମେଡ଼ିକାଲରେ ଚିକିତ୍ସା ହେଉଥିବା ବେଳେ ଆହତ ହରିଣକୁ ସୁମଣ୍ଡଳ ବନ ବିଭାଗ ନେଇ ଚିକିତ୍ସା କରୁଛି ।