ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଓ ତାଳସର ସେବା ସମବାୟ ସମିତିରେ ଚଳିତ ବର୍ଷର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଷଣ୍ଢମୁଳ ସେବା ସମବାୟ ସମିତି ସମ୍ପାଦକ ବୁଲା ଡାକୁଆ, ତାଳସାର ସେବା ସମବାୟ ସମିତି ସମ୍ପାଦିକା ଲିଲି କୁମାରୀ ଜେନା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସରକାର ଚାଷୀଙ୍କ ପାଇଁ ସଦା ଚିନ୍ତିତ ଏବଂ ସମସ୍ତ ଚାଷୀଙ୍କ ଠାରୁ ଧାନ କ୍ରୟ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଧେଶ ଦେଇଥିଲେ ବିଧାୟକ ଶ୍ରୀ ନାୟକ ।