ପଦ୍ମପୁର: ରାଜାଜି ଟାଉନ ହଲ ଠାରେ ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ
ଆଜି ସୋମବାର ବରଗଡ଼ ଜିଲ୍ଲା ପଦ୍ମପୁର ସହର ରାଜାଜି ଟାଉନ ହଲ ଠାରେ ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ଶିକ୍ଷାବିତ ଡ଼ଃ ବାଞ୍ଛାନିଧି ପଣ୍ଡା, ପଦ୍ମପୁର ବିଜେପି ପୂର୍ବତନ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଏ ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ଜିଲ୍ଲା ପରିଷଦ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିବା ବେଳେ ନିରାକାର ବରିହା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଟି 2ଟା 30 ମିନିଟ ସମୟ ପାଖା ପାଖି ରେ ଶେଷ ହୋଇଥିଲା