ଝାରସୁଗୁଡା: ରାସ୍ତା ସମସ୍ୟା କୁ ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଆଜି ଝାରସୁଗୁଡ଼ା ଜିଲ୍ଲା ମରାକୁଟା ଗ୍ରାମ ପଞ୍ଚାୟତ ଠାରେ ରାସ୍ତା ସକାଳ ପ୍ରାୟ ଆଠଟା ସମୟ ରୁ ସ୍ଥାନୀୟ ବାସିନ୍ଦା ଓ ଛାତ୍ର ଛାତ୍ରୀ ମିଳିତ ଭାବେ ରାସ୍ତା ଅବରୋଧ କରିଛନ୍ତି । ସେମାନଙ୍କ କହିବା ଅନୁଯାୟ ରୁଙ୍ଗଟା କମ୍ପାନୀର ଟ୍ରକ ଯୋଗୁଁ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ସରକାରି ବସ୍ ଆସିବାରେ ଅସୁବିଧା ହେଇଛି ଯାହା ଫଳରେ ସେଠାର ସଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ତେଣୁ ଖୁବ୍ ଶୀଘ୍ର ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ରାସ୍ତା ଅବରୋଧ କରିବେ ।