ଗୁରୁବାର ଦିନ ସାଢେ଼ ୧୧ଟାବେଳେ କଳାହାଣ୍ଡି ଜିଲ୍ଲା କଲମପୁର ଅମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବାର୍ଷିକ କ୍ରିଡ଼ା ଉତ୍ସବ ମହାସମାରୋହର ସହିତ ଉଦଘାଟିତ ହୋଇଯାଇଛି l ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ବାର୍ଷିକ କ୍ରିଡ଼ାର ପ୍ରଥମ ଦିବସର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ମାଝୀଙ୍କ ଅଧ୍ୟକ୍ଷତାରେ ଅତିଥି ମାନଙ୍କ ଦ୍ଵାରା ବାର୍ଷିକ କ୍ରୀଡା ର ଉଦଘାଟନ କରାଯାଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା , ଶଙ୍କର୍ଷଣ ବେହେରା , ସୁରେନ୍ଦ୍ର ନାଏକ, ଶେଷ ଦେବ ନାଏକ ଏବଂ ଗଣେଶ ରାମ ବାଗ ପ୍ରମୁଖ ଯୋଗ ଦେଇଥିଲେ।