ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶିରିବେଡା ପିଏମ ଶ୍ରୀ ବିଦ୍ୟାଳରେ ଆକାଂକ୍ଷା ମେଳା ଅନୁଷ୍ଠିତ ହୋଇଯାଇଛି l ଆଜି ଅପରାହ୍ନ ୩ ଟା ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଆୟୋଜିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଯୋଗ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଆକାଂକ୍ଷା ମେଳା, ଇନସ୍ପାୟାରିଂ ଓଡିଶା ୨୦୩୬, ଆକାଂକ୍ଷା ଛାତ୍ର ପରିଷଦ ଆଦି ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l