ପରଜଙ୍ଗ: କଙ୍କଡାହାଡ଼ ଅଞ୍ଚଳରେ ସାଇବର ଠକେଇ
ଶିକ୍ଷକଙ୍କଠୁ ଲୁଟିନେଲେ ୯୦ ହଜାର ଟଙ୍କା
କଙ୍କଡାହାଡ଼ ଥାନା ଅଧିନରେ ଥିବା କଣ୍ଟାପାଳ ଚାରି ନମ୍ବର କଲୋନୀ ଗ୍ରାମର ଜଣେ ଶିକ୍ଷକଙ୍କ ଠାରୁ ୯୦ ହଜାର ଟଙ୍କା ଲୋଟିନେଲା ସାଇବର ଠକ ।ଭୁଲରେ ଆପଣଙ୍କ ଆକାଉଣ୍ଟକୁ ଲକ୍ଷେ ଟଙ୍କା ପଠାଇଛି ।ମୋବାଇଲ ମେସେଜ ଯାଇଛି ଦେଖନ୍ତୁ ।ଦୟାକରି ମୋ ଟଙ୍କା ମୋତେ ଫେରାଇ ଦିଅନ୍ତୁ ।ଜଣେ ବ୍ୟକ୍ତି କାନ୍ଦି କାନ୍ଦି କାକୁତି ମିନତୀ ହୋଇ ଫୋନ କରି ନିବେଦନ କରିଥିଲା । ଯାହାକୁ ନେଇ ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରତିକ୍ରିୟା ଦେଇଛନ୍ତି ଶିକ୍ଷକ।