କୁସାପାଲି ଗ୍ରାମରେ ଜାଳି ଦେଲେ ଧାନ ଗଦା , ୨ଶହ ବସ୍ତା ଧାନ ନଷ୍ଟ ରେଢାଖୋଲ ବ୍ଲକ କୁଷାପାଲି ଗାଁରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଗ୍ରାମର ଜଣେ ଚାଷୀ ଖଳାରେ ଧାନ ଅମଳ ପାଇଁ ରଖିଥିବା ଧାନ ଗଦାରେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି , ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । କୁସାପାଲି ଗ୍ରାମର ଚାଷୀ ରମେଶ ଚନ୍ଦ୍ର ସାହୁ ଙ୍କ ଖଳାରେ ଧାନ ଅମଳ ପାଇଁ ରଖିଥିବା ଧାନ ଗଦାରେ କେହି ଦୁର୍ବୁତ ନିଆ ଲଗେଇ ଦେଇଥିଲେ । ଫଳରେ ଧାନ ଗଦା ଟି ହୁ ହୁ ହୋଇ ଜଳି ଉଠିଥିଲା । ୨ଶହ ବସ୍ତା ଧାନ ପୋଡି ଜଳି ନଷ୍ଟ ହୋଇଥିବା ଚାଷୀ ଜଣକ ଅଭିଯୋଗ କରିଛନ୍ତି