ଜୟପୁର: ଜୟପୁର ବ୍ଲକ ସ୍ତରୀୟ ପରବ ମା ଜଗତ ଜନନୀ ମନ୍ଦିର ରେ ପୁଜା ପାଠ ପରେ ଶୁଭାରମ୍ଭ ମଶାଲ ଶୋଭାଯାତ୍ରା
ଜୟପୁର ବ୍ଲକ ସ୍ତରୀୟ ପରବ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଛି l ଜୟପୁରର ମା ଜଗତ ଜନନୀ ମନ୍ଦିର ରେ ପୁଜା ପାଠ କରାଯାଇ ମଶାଲ ଶୋଭାଯାତ୍ରା ବାହାରିଥିଲା । ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ଦଶହରା ପଡିଆ ଠାରେ ପହଞ୍ଚି ଥିଲା । ଦଶହରା ପଡିଆ ଠାରେ ଉଦଘାଟନ ସମାରୋହ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l