ମୋଟଙ୍ଗା: ସଦର ଥାନା ବଳରାମପୁର ଗ୍ରାମରେ ଥିବା ଦୋକାନ ଘରେ ଲାଗିଲା ନିଆଁ |
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଏକ ଦୋକାନ ଘରେ ନିଆଁ ଲାଗି ଦୋକାନ ସମ୍ପୂର୍ଣ୍ଣ ପୋଡ଼ିଯାଇଛି | ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଦୋକାନ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି, କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହା ବର୍ତ୍ତମାନ ଜଣାପଡ଼ିନାହିଁ | ଦୋକାନ ଘରଟି ଅମଳେନ୍ଦୁ ଜେନାଙ୍କର ବୋଲି ଜଣା ପଡିଛି |