କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ନୂତନ ଭାବେ ନିର୍ମିତ ଉନ୍ନୟନ ମୂଳକ ଯୋଜନାର ଶୁଭ ଉଦଘାଟନ କରିଛନ୍ତି କୋଟପାଡ଼ ବିଧାୟକ ରୂପୁ ଭତ୍ରା l ଆଜି ଅପରାହ୍ନ ଘଣ୍ଟେ ଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ବିଭିନ୍ନ ଗାଁ ପରିଦର୍ଶନ କରିଛନ୍ତି ବିଧାୟକ l କୁନ୍ଦୁରା ବ୍ଲକ ର ରାଣୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଟି ଗାଁ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିର୍ମିତ ଭୋଗ ମଣ୍ଡପ ଏବଂ ରାଣୀଗୁଡା ସଦର ମହକୁମା ଠାରେ ଏକ ଗୋଷ୍ଠୀ ସାଧନ କେନ୍ଦ୍ର, ସେହିଭଳି ବାଗଦେରୀର ବୁଦାଗୁଡା ଠାରେ ଶ୍ରେଣୀ ଗୃହ, ବନ ସୁରକ୍ଷା ଘର ଆଦି ଉଦଘାଟନ କରିଛନ୍ତି l