କୋରାପୁଟ ଜିଲା କୋଟପାଡ ଥାନା ଅନ୍ତର୍ଗତ ବାମୁଣିଆଗୁଡା ଗ୍ରାମର ଗ୍ରାମବାସୀ ଆଜି ଅପରାହ୍ନ 1 ଘଣ୍ଟା ସମୟ ରେ ଜୟପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ବୋଇରାଗିପଦର ମୌଜାରେ ଥିବା ପ୍ରାୟ ୪୦ ଏକର ସରକାରୀ ଗୋଚର ଜମି ଓ ଜଙ୍ଗଲ ଜମିକୁ କିଛି ବ୍ୟକ୍ତି ବେଆଇନ ଭାବରେ ଦଖଲ କରି ମକା ଚାଷ କରିଥିଲେ । କୋରାପୁଟ ଜିଲାପାଳ ଉକ୍ତ ବେଆଇନ ମକା ଚାଷକୁ ଜବତ କରିବା ପାଇଁ ବୋରିଗୁମ୍ମା ତହିଲଦାରଙ୍କୁ ଆଦେଶ ପ୍ରଦାନ କରିଥିଲେ ।