ଶୁକ୍ରବାର ଅପରାହ୍ନ ୫ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାଶୀ ଗ୍ରାମର ମୁଖ୍ୟ ଛକରେ ଗୋଷ୍ଠୀ ସଂଘର୍ଷ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ବ୍ଯକ୍ତି ଅଚାନକ ଗାଁ ରେ ପହଞ୍ଚି ଗୋଟିଏ ପରିବାରର ବାପା ଓ ୨ ପୁଅକୁ ଛୁରାମାଡ଼ କରିଥିଲେ। ପରେ ଉଭୟ ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା । ଘଟଣାରେ ଫାଶୀ ଗ୍ରାମର ରାଜେଶ କୁମାର ପଲେଇ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ବଡ଼ ଭାଇ ରାକେଶ କୁମାର ପଲେଇ ଓ ବାପା ଭାବଗ୍ରାହୀ ପଲେଇ ମଧ୍ୟ ଆକ୍ରମଣରେ ଆହତ ହୋଇଥିବା ବେଳେ ବାହାର ଗାଁ ରୁ ୮ ରୁ ଉର୍ଦ୍ଧ୍ବ ବ୍ଯକ୍ତି ଆସି ଗଣ୍ଡଗୋଳ ଘଟାଇଥିବା ସୂଚନାମିଳିଛି ।