ଖଲ୍ଲିକୋଟ ରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଙ୍କୁ କେହି ଅପହରଣ କରି ନେଇଥିବା ଗତକାଲି ଅପରାହ୍ନ ପ୍ରାୟ ୨ ଟା ସମୟରେ ଅଭିଯୋଗ ହୋଇଥିବା ବେଳେ ଛାତ୍ର ଜଣଙ୍କ ଏକ ସାଇକଲ ରେ ଖଲ୍ଲିକୋଟ ପଟୁ କେଶପୁର ଅଭିମୁଖେ ଯାଉଥିବା ଏକ ସିସି ଟିଭି ଫୁଟେଜ ଆଜି ସକାଳ ୯ ଟା ସମୟରେ ମୋବାଇଲ ଟୁ ମୋବାଇଲ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଛାତ୍ର ଜଣଙ୍କ ଖଲ୍ଲିକୋଟ ସାମନ୍ତ ସାହିର ଉମାକାନ୍ତ ସାମନ୍ତ ଙ୍କ ପୁଅ ଆୟୁଷ୍ମାନ ସାମନ୍ତ ବୋଲି ସୂଚନା ମିଳିଛି ।