ବାଲେଶ୍ୱର ସଦର ପଞ୍ଚାୟତ ସମିତି ହିଡିଗାଁ ପଞ୍ଚାୟତର ମୁଲଣାନଗର ଗ୍ରାମର ୬ ଜଣ ସ୍ବାମୀ ପରିତ୍ୟକ୍ତାଙ୍କ ଭତ୍ତା ବନ୍ଦ କରାଯାଉଥିବାରୁ ସେମାନେ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି।୮ ମାସ ଭତ୍ତା ପାଉଥିବା ବେଳେ ହଠାତ୍ ତାଙ୍କର ଭତ୍ତା କାହିଁକି ବନ୍ଦ କରାଗଲା ,ଏ ସଂପର୍କରେ ଜିଲ୍ଲାପାଳ,ଉପଜିଲ୍ଲାପାଳ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ,ସାଂସଦ,ବିଧାୟକ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ। ଏ ନେଇ ଆଜି ପୂର୍ବାହ୍ନ ୧୧ରେ ନ୍ୟାୟ ଦାବି କରି ଏହି ୬ ଜଣ ସ୍ବାମୀପରିତ୍ୟକ୍ତା ଅସହାୟ ମହିଳା ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।