ସମ୍ବଲପୁର କବାଡି ପ୍ରିମିୟର ଲିଗର ତୃତୀୟ ସିଜନ ପାଇଁ ମଙ୍ଗଳବାର ସନ୍ଧ୍ୟା 6 ଟା ରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତା ଆୟୋଜନ ପାଇଁ ବୈଠକରେ ଏକ କମିଟି ଗଠନ କରାଯାଇଛି । ଆଜି ଗଠିତ ନୂତନ କମିଟିରେ ସଭାପତି ରୂପେ ସିଦ୍ଧାର୍ଥ ସାହା, ଉପ ସଭାପତି ଅବିନାଶ ମିତ୍ର, ରବି ମୁଖୀ, ସମ୍ପାଦକ ରୂପେ ସୁଧିର ବହିଦାର, ଯୁଗ୍ମ ସମ୍ପାଦକ ରୂପେ ରାଜା ବରାଳ ଓ ଭଜନ ତରିଆ, କୋଷାଧ୍ୟକ୍ଷ ରୁପେ ଶମ୍ଭୁ ବାରିକ, ସହ କୋଷାଧ୍ୟକ୍ଷ ରୂପେ ଅବିନାଶ ବେହେରା, ରତନ ତରିଆ ଏବଂ ଗଣମାଧ୍ୟମ ସଂଯୋଜକ ରୂପେ ବାଦଲ ସେନ୍ଦ୍ରିୟା ଙ୍କୁ ଦାୟିତ୍ୱ ଦିଆଯାଇଛି ।