ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ଦିନରେ ୪ଟି ଦଳ ମଧ୍ୟରେ ଉତ୍ସାହପୂର୍ଣ୍ଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ସମାରୋହରେ ଜଗନ୍ନାଥ ପାଙ୍ଗି, ଜୟରାମ ଭୋଇ, ପ୍ରଭାତ ଗୁରୁମାଇ, ଏନ୍ପିବିପି ସାଧାରଣ ସମ୍ପାଦକ ମୁନ୍ନା ଦଳପତି, ଫରେଷ୍ଟର ଗୋପୀନାଥ ପାଙ୍ଗି, ନରେନ୍ଦ୍ର ଖରା, ସୁଶାନ୍ତ ସାହୁ, ବିଜୟ ଲକ୍ଷ୍ମୀ ପଟନାୟକ, ଡମ୍ବରୁ ପାଙ୍ଗି ସହିତ ବନ ସୁରକ୍ଷା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ଦିନ ୧ଟେ ସମୟରେ ଦେଖିବାକୁ ମିଳିଛି।